ରାଜ୍ୟରେ ଆଉ ୪୦ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୯୫୨ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬ ଜଣ, କଟକ,ମୟୁରଭଞ୍ଜ ଓ ସୁନ୍ଦରଗଡରୁ ୪ ଲେଖାଏଁ, ଅନୁଗୁଳ,ବୌଦ୍ଧ,ଝାରସୁଗୁଡା ଓ କଳାହାଣ୍ଡି ଜିଲାରୁ ୩ ଲେଖାଏଁ ଆକ୍ରାନ୍ତ ପ୍ରାଣ ତ୍ୟାଗ କରିଛନ୍ତି। ବରଗଡ,ବଲାଙ୍ଗୀର ଓ ଦେବଗଡରୁ ୨ ଲେଖାଏଁ, ସେହିପରି ଗଞ୍ଜାମ,କନ୍ଧମାଳ, ନୟାଗଡ ଓ ସମ୍ବଲପୁର ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Comments are closed.