କରୋନା ଆକ୍ରାନ୍ତ ହୋଇ ଆରଏସପି ଅଧିକାରୀଙ୍କ ମୃତ୍ୟୁ

ରାଉରକେଲା : ଆରଏସପିର କୋଲ କେମିକାଲ ବିଭାଗ (ସିସିଡି)ରେ ସିନିଅର ଅପରେଟିଭ ଭାବେ କାର୍ଯ୍ୟରତ ଅରୁଣ କୁମାର ବେହେରା (୫୫) କରୋନା ଆକ୍ରାନ୍ତ ହୋଇ ଆଇଜିଏଚରେ ମୃତ୍ୟୁ ବରଣ କରିଛନ୍ତି l ଏହା ଦ୍ଵିତୀୟ କରୋନା ଲହର କାଳର ପ୍ରଥମ ଆରଏସପି କର୍ମଚାରୀଙ୍କ ମୃତ୍ୟୁ ବୋଲି କୁହା ଯାଉଛି l ତାଙ୍କ ବିୟୋଗର ଖବର ପ୍ରଚାରିତ ହେବା ପରେ ଆରଏସପି ଅଫିସର ଓ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି l ସ୍ବର୍ଗତ ବେହେରାଙ୍କ ଅନ୍ତିମ ଶଯ୍ୟା ନିକଟରେ ସ୍ତ୍ରୀ, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପିଜି କରୁଥିବା ବଡ଼ ଝିଅ, ଏନଆଇଟି ରାଉରକେଲାରେ ଦ୍ଵିତୀୟ ବର୍ଷରେ ପଢ଼ୁଥିବା ପୁଅ ଥିବା ଖବର ମିଳିଛି l ଅନ୍ୟ ପିଏସୟୁରେ କରୋନାରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ କ୍ଷତିପୂରଣ ଇତ୍ୟାଦି ମିଳୁଥିବା ବେଳେ ସେଲରେ ଏହା ଲାଗୁ ହେଉନଥିବାରୁ ସେଫି ସମ୍ପାଦକ ବିମଳ ବିଶି ଉଦବେଗ ପ୍ରକାଶ କରିଛନ୍ତି l

Comments are closed.