ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଖୋଲିଲା କୋଭିଡ୍ କଂଟ୍ରୋଲ ରୁମ୍

କରୋନା ମହାମାରୀ ବର୍ତମାନ ଓଡିଶାରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏଥିରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୋଭିଡ୍ କଂଟ୍ରୋଲ ରୁମ୍ ଖୋଲାଯାଇଛି । ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୫ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି କଂଟ୍ରୋଲ ରୁମ୍ ଦାୟିତ୍ୱରେ ରହି ସୂଚାରୁ ରୂପେ କାର୍ଯ୍ୟ ସମାପନ କରିବେ ବୋଲି ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଏହି କମିଟିରେ ପଦ୍ମାକର ଗୁରୁ (ମୋ – ୬୩୭୦୯୬୫୯୭୮) ସଂଯୋଜକ ଥିବାବେଳେ ସୁବ୍ରତ ମହାପାତ୍ର (ମୋ – ୯୧୩୨୭୮୫୬୨୪), ଲିଙ୍ଗରାଜ ସାହୁ (ମୋ – ୯୨୩୭୦୧୦୯୩୯), ପ୍ରମୋଦ କୁମାର ସାହୁ (ମୋ – ୭୦୦୮୭୮୮୬୭୭) ଓ ତରୁଣକାନ୍ତ ମିଶ୍ର (ମୋ – ୯୪୩୭୧୯୨୧୬୧) ପ୍ରମୁଖ ସଭ୍ୟ ଭାବେ ରହିଛନ୍ତି । ଏହି କଂଟ୍ରୋଲ ରୁମ ସକାଳ ୯ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ପିସିସି କାର୍ଯ୍ୟାଳୟ ପକ୍ଷରୁ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଜଣାଇଛନ୍ତି।

Comments are closed.