କୋଭିଡ୍‌ ଯୋଦ୍ଧାଙ୍କ ଆଶୁ ଅରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ; କହିଲେ ବର୍ତ୍ତମାନ ସମୟରେ ଆମ ଦାୟତ୍ୱବୋଧ ଓ ଏକତା ସମଗ୍ର ବିଶ୍ୱକୁ ଦେଖାଇବାକୁ ପଡ଼ିବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଲୋକଙ୍କ ଜୀବନ ସୁରକ୍ଷିତ କରିବାରେ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାର ତୁଳନା ନାହିଁ। ସେମାନଙ୍କ ତ୍ୟାଗ ଅସୀମ। ଅସୁସ୍ଥ କୋଭିଡ୍‌ ଯୋଦ୍ଧାମାନଙ୍କ ଆଶୁ ଅରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଆମ ଦାୟତ୍ୱବୋଧ ଓ ଏକତା ସମଗ୍ର ବିଶ୍ୱକୁ ଦେଖାଇବାକୁ ପଡ଼ିବ। ଏହି ଯୁଦ୍ଧ ଜିତିବା ପାଇଁ ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ନିଜ ସ୍ତରରେ ସଚେତନ ଓ ଆତ୍ମଶୃଙ୍ଖଳା ବଜାୟ ରଖିବାକୁ ପଡ଼ିବ ଏବଂ ତାହା ହିଁ ହେବ କୋଭିଡ୍‌ ଯୋଦ୍ଧାଙ୍କ ପ୍ରତି ପ୍ରକୃତ ସମ୍ମାନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Comments are closed.