କରୋନା ସଂକ୍ରମଣ, ରାଜ୍ୟ ଭଲ ସ୍ଥିତିକୁ ଆସୁଛି : ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର : କରୋନା ସଂକ୍ରମଣ କ୍ଷେତ୍ରରେ ଆମ ରାଜ୍ୟ ଧୀରେ ଧୀରେ ଭଲ ସ୍ଥିତିକୁ ଆସୁଛି ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, କୋଭିଡର ଯେତିକି ପ୍ରଜାତି ଅଛି, ଓମିକ୍ରନର ସେତିକି ଅଧିକ ପ୍ରଜାତି ଅଛି । ଯେତେ ନମୂନା ସଂଗ୍ରହ ଯାଇଥିଲା ସେଥିରୁ ୯୮ ପ୍ରତିଶତ ଓମିକ୍ରନ ଚି଼ହ୍ନଟ ହୋଇଛନ୍ତି । ଯଦି ଓମିକ୍ରନର ପ୍ରଭାବ କଥା ଦେଖିବା, ତାହେଲେ ରାଜ୍ୟରେ ଅଧିକ ଗୁରୁତର କଥା ନାହିଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଓମିକ୍ରନ ପ୍ରଜାତିରେ ଯେପରି ଅନ୍ୟ ଦେଶ ବା ରାଜ୍ୟରେ ସଂକ୍ରମଣ କମୁଛି, ସେହିପରି ଆମ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବ ବୋଲି ଆମର ଆଶା ରହିଛି। ମୋଟାମୋଟି ଭାବେ  ଆମ ରାଜ୍ୟରେ ଧୀରେ ଧୀରେ ଆମେ ଭଲ ସ୍ଥିତିକୁ ଆସୁଛେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Comments are closed.