କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା

ବାଙ୍କୀ: ବାଙ୍କୀ ବ୍ଲକ ଅଧିନ ବୈଦେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଅଳସୁଆ ଗ୍ରାମର ରାଜକିଶୋର ଦଳେଇ ଗତ ଅକ୍ଟୋବର ମାସରେ କୋଭିଡ ପ୍ରଭାବରେ ମୃତ୍ୟୁବରଣ କରିଥିଲେ। ତାଙ୍କର ଅକାଳ ବିୟୋଗରେ ବାଙ୍କୀ ପଙ୍କଜିନୀ ପ୍ରତିଭା ଅନୁଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ସ୍ୱରୂପ ୧୦ ହଜାର ଟଙ୍କାର ୨ ଗୋଟି ଦଶବର୍ଷିଆ ସ୍ଥାୟୀ ଜମାରାଶି ସ୍ୱର୍ଗତ ଦଳେଇଙ୍କ ଧର୍ମପତ୍ନୀଙ୍କୁ ପ୍ରଦାନ କରାଯାଇଛି। ତାଙ୍କର ୬ ବର୍ଷର ଝିଅ ସ୍ୱପ୍ନାରାଣୀ ଦଳେଇ ଓ କଳ୍ପନା ଦଳେଇଙ୍କ ନାମରେ ଏହି ସ୍ଥାୟୀ ଜମାରାଶି ରଖାଯାଇଛି। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଏହି ସ୍ଥାୟୀ ଜମାରାଶି ବଣ୍ଡକୁ ପରିବାରକୁ ପ୍ରଦାନ କରିଥିବା ସୂଚନା ମିଳିଛି।

Comments are closed.