କରୋନା ମୁକାବିଲା: ୩୦ ଜିଲାର ୨୪୯ ଡାକ୍ତର, ୨୭୩ ସେବିକାଙ୍କୁ ତାଲିମ

ଭୁବନେଶ୍ବର : କରୋନା ସଂକ୍ରମଣର ଦୃଢ଼ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଷଷ୍ଠ ପର୍ଯ୍ୟାୟ କୋଭିଡ୍‌ କ୍ରିଟିକାଲ୍‌ କେୟାର ତାଲିମ ଶିବିର ଶେଷ ହୋଇଛି। ଏଥିରେ ଦୀର୍ଘ ୪୫ ଦିନ ଧରି ୩୦ଟି ଜିଲ୍ଲାର ୨୪୯ ଡାକ୍ତର, ୨୭୩ ଜଣ ସେବିକାଙ୍କୁ ତାଲିମ ପ୍ରଦାନ କରାଯାଇଛି । ବାଲେଶ୍ୱର ଏବଂ ବାରିପଦା ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ କୋଭିଡ୍‌-୧୯ ପରୀକ୍ଷଣ ଆରମ୍ଭ ହୋଇଛି। ଏହା ଦ୍ୱାରା ରାଜ୍ୟରେ କୋଭିଡ୍‌ ପରୀକ୍ଷଣ ସଂଖ୍ୟା ବୃଦ୍ଧି ପାଇବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.