କରୋନା ଟିକାଦାନର ୨୨ଦିନ : ଟିକା ନେଲେଣି ୫୪ ଲକ୍ଷ ୧୬ ହଜାରରୁ ଅଧିକ

ନୂଆଦିଲ୍ଲୀ : ଦେଶରେ କରୋନା ପ୍ରତିଷେଧକ ଟିକାଦାନ ଅଭିଯାନ ସୁରୁଖୁରୁରେ ଚାଲିଛି। ଟିକା ନେବାପାଇଁ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଆଜି ହେଉଛି ଟିକାଦାନର ୨୨ତମ ଦିବସ।
Related Posts
ତେବେ ଦେଶରେ ଗତ ୨୧ ଦିନ ମଧ୍ୟରେ ପ୍ରାୟ ୫୪ରୁ ଲକ୍ଷ ହିତାଧିକାରୀଙ୍କୁ ଟିକାଦାନ କରାଯାଇଛି। ଆଜି ପୂର୍ବାହ୍ଣ ୮ଟା ସୁଦ୍ଧା ୫୪ ଲକ୍ଷ ୧୬ ହଜାର ୮୪୯ଜଣ ହିତାଧିକାରୀଙ୍କୁ ଟିକାଦାନ କରାଯାଇଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୫୭ ହଜାର ୪୦୪ ଜଣଙ୍କୁ ଟିକାଦାନ କରାଯାଇଛି।
Comments are closed.