କୋଭିଡ-୧୯ ଟିକାକରଣ ଅଭିଯାନ : ଟିକା ନେଲେଣି ୩୯ କୋଟିରୁ ଅଧିକ

ନୂଆଦିଲ୍ଲୀ : କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ଭାରତ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବୁଧବାର ସନ୍ଧ୍ୟା ସୁଦ୍ଧା ୩୯ କୋଟିରୁ ଅଧିକ ପାନ ଟିକା ଦିଆଯାଇଛି। ଟିକାକରଣ ଅଭିଯାନର ୧୮୦ତମ ଦିନରେ ଆଜି ୩୨ ଲକ୍ଷ ୧୦ ହଜାର ୪୫୧ ପାନ ଟିକା  ଦିଆଯିବା ସହ ମୋଟ ୩୯ କୋଟି ୧୦ ଲକ୍ଷ, ୫୩ ହଜାର ୧୫୬ ପାନ ଟିକା ଦିଆଯାଇଛି।

୩୧ କୋଟି ୩୩ ଲକ୍ଷ ୩୦ ହଜାର ୪୭୩ ଲୋକଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୭ କୋଟି ୭୭ ଲକ୍ଷ ୨୨ ହଜାର ୬୮୩ ଦ୍ବିତୀୟ ପାନ ଟିକା ଦିଆଯାଇଛି। ୧୮ରୁ ୪୪ ବର୍ଷ ବୟସର ୧୨ କୋଟି ୧୯ ଲକ୍ଷରୁ ଅଧିକ ନାଗରିକଙ୍କୁ ଟିକାଦାନ କରାଯାଇଛି।

Comments are closed.