ଆଜି ଆଉ ୩ ହଜାର ୮୧୦ କରୋନା ପଜିଟିଭ ଚିହ୍ନଟ ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରୁ ରବିବାର ଆଉ ୩୮୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୮୬ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫୨୪ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪,୦୩୧ବୃଦ୍ଧି ହୋଇଥିବା ବେଳେ ୯୩,୭୭୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୯,୬୫୮ ସକ୍ରିୟ କେସ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳୁଛି।


ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୯୭, ଅନୁଗୁଳରୁ ୭୩, ବାଲେଶ୍ୱର ୧୨୦, ବରଗଡ଼ରୁ ୩୯୬, ଭଦ୍ରକ ୧୦୭, ବଲାଙ୍ଗୀର ୪୩, ବୌଦ୍ଧ ୨୯, କଟକ ୩୨୨, ଦେଓଗଡ଼ ୭, ଢେଙ୍କାନାଳ ୫୧, ଗଜପତି ୨୦, ଗଞ୍ଜାମ ୧୦୮, ଜଗତସିଂହପୁର ୬୭, ଯାଜପୁର ୨୫୨, ଝାରସୁଗୁଡ଼ା ୧୯୨, କଳାହାଣ୍ଡି ୫୭, କନ୍ଧମାଳ ୪୫, କେନ୍ଦ୍ରାପଡ଼ା ୧୦୩, କେନ୍ଦୁଝର ୮୪, କୋରାପୁଟ ୮୪, ମାଲକାନଗିରି ୩୭, ମୟୁରଭଞ୍ଜ ୧୪୨, ନବରଙ୍ଗପୁର ୭୮, ନୟାଗଡ଼ ୬୨, ନୂଆପଡ଼ା ୯୩, ପୁରୀ ୧୧୭, ରାୟଗଡ଼ା ୧୦୧, ସମ୍ବଲପୁର ୮୩, ସୋନପୁର ୧୦୬, ସୁନ୍ଦରଗଡ଼ ୩୪ ଜଣ ଚିହ୍ନଟ ହୋଇଛନ୍ତି।

Comments are closed.