୮୦ ହଜାର ୮୩୪ ନୂଆ ଆକ୍ରାନ୍ତ : ଆରୋଗ୍ୟ ହାର ୯୫.୨୬ %

ନୂଆଦିଲ୍ଲୀ :  ଦେଶରେ କରୋନା ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। କ୍ରମାଗତ ଭାବେ ଦୈନିକ ସଂକ୍ରମଣ ଏକ ଲକ୍ଷରୁ ନିମ୍ନରେ ରହୁଛି। ଗୋଟିଏ ଦିନରେ ଆଉ ୮୦ ହଜାର ୮୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଦୀର୍ଘ ୭୧ ଦିନ ମଧ୍ୟରେ ସର୍ବନିମ୍ନ। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୯୪ ଲକ୍ଷ ୩୯ ହଜାର ୯୮୯କୁ ବୃଦ୍ଧି ପାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧ ଲକ୍ଷ ୩୨ ହଜାର ୬୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ କୋଟି ୮୦ ଲକ୍ଷ ୪୩ ହଜାର ୪୪୬ରେ ପହଞ୍ଚିଛି। ଦେଶରେ କରୋନା ଆରୋଗ୍ୟ ହାର ୯୫.୨୬ % କୁ ବୃଦ୍ଧି ପାଇଛି।
ଅନ୍ୟ ପକ୍ଷରେ ଦେଶରେ ଗତ ୨୪ ଘଣ୍ଟାରେ ଆଉ ୩୩୦୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର ୩୮୪କୁ ବୃଦ୍ଧି ପାଇଛି। ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୨୬% ରହିଛି। ସମ୍ପ୍ର୍ରତି ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୧୫୯ ରହିଛି। ସକ୍ରିୟ ଆକ୍ରାନ୍ତ ହାର ୩.୪୯ %କୁ ହ୍ରାସ ପାଇଛି। ଦେଶରେ ସାପ୍ତାହିକ ସଂକ୍ରମଣ ହାର ୪.୭୪% ରହିଛି।

Comments are closed.