କରୋନା ସହାୟତା : ୫୦ ଲକ୍ଷ ଟଙ୍କାର ଖାଦ୍ୟ ଶସ୍ୟ ଦାନ କରିବେ ଗାଙ୍ଗୁଲୀ

କଲକାତା : କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ନେଇ ସାରା ଦେଶରେ ୨୧ ଦିନିଆ ଲକଡାଉନ୍ ଜାରି ରହିଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ସାଧାରଣ ଜନତାଙ୍କୁ ସହଯୋଗର ହାତ ବଢାଇବା ପାଇଁ ଆଗେଇ ଆସିଛନ୍ତି। ଲକଡାଉନ୍ ସମୟରେ ସେ ଗରିବ, ଦଳିତ ଓ ଅବହେଳିତ ବର୍ଗର ଲୋକଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଚାଉଳ ତଥା ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ଦାନ କରିବା ପାଇଁ ଘୋଷଣା କରିଛନ୍ତି।
ବଙ୍ଗଳା କ୍ରିକେଟ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି ଯେ, ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଯେଉଁମାନଙ୍କୁ ସରକାରୀ ସ୍କୁଲରେ ରଖାଯାଇଛି ସୋମାନଙ୍କୁ ଲାଲବାବା ଚାଉଳ ଯୋଗାଇ ଦିଆଯିବ। କାରଣ ଏହି ଲକଡାଉନ୍ ସମୟରେ ଏହି ଗରିବ ଓ ଅବହେଳିତ ଲୋକଙ୍କୁ ସାଧନ ଯୋଗାଡ କରିବା ନେଇ ଅନେକ ସମସ୍ୟା ସୃଷ୍ଟି ହୋଇଛି।

Comments are closed.