ଆଜି ରାଜ୍ୟରୁ୧୩୪୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଆଜି ରାଜ୍ୟରୁ ଆଉ ୧୩୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୨୩ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ମଙ୍ଗଳବାର ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮,୭୯୬କୁ ବୃଦ୍ଧି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୪, ବାଲେଶ୍ୱର ୫୪, ବରଗଡ଼ ୫୬, ଭଦ୍ରକ ୮୩, ବଲାଙ୍ଗୀର ୨୭, ବୌଦ୍ଧ ୧୦, କଟକ ୭୬, ଢେଙ୍କାନାଳ ୧୪, ଗଜପତି ୨୦, ଗଞ୍ଜାମ ୨୨୭, ଜଗତସିଂହପୁର ୧୬, ଯାଜପୁର ୧୫, ଝାରସୁଗୁଡ଼ା ୬୭, କଳାହାଣ୍ଡି ୨୫, କନ୍ଧମାଳ ୧୬, କେନ୍ଦ୍ରାପଡ଼ା ୨୭, କେନ୍ଦୁଝର ୨୩, ଖୋର୍ଦ୍ଧା ୨୧୮, କୋରାପୁଟ ୪୫, ମାଲକାନଗିରି ୧୭, ମୟୁରଭଞ୍ଜ ୯, ନବରଙ୍ଗପୁର ୬, ନୟାଗଡ଼ ୫୭, ନୂଆପଡ଼ା ୭, ପୁରୀ ୧୬, ରାୟଗଡ଼ା ୭୫, ସମ୍ବଲପୁର ୨୬, ସୋନପୁର ୧୪, ସୁନ୍ଦରଗଡ଼ ୯୧ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୦୨୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୪୨୭ ସକ୍ରିୟ କେସ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.