ଆଜି ରାଜ୍ୟରୁ୧୮୭୬ କରୋନା ପଜିଟିଭ ଚିହ୍ନଟ : ୫୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ଆଜି ରାଜ୍ୟରୁ ଆଉ ୧୮୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୬୯୪ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ବୁଧବାର ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦,୬୭୨କୁବୃଦ୍ଧି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୫ , ବାଲେଶ୍ୱର ୮୧, ବରଗଡ଼ ୧୫, ଭଦ୍ରକ ୫୦, ବଲାଙ୍ଗୀର ୩୧, ବୌଦ୍ଧ ୧୦, କଟକ ୧୦୯, ଦେଓଗଡ଼ ୨, ଢେଙ୍କାନାଳ ୩୬, ଗଜପତି ୭୧, ଗଞ୍ଜାମ ୨୬୦, ଜଗତସିଂହପୁର ୨୬, ଯାଜପୁର ୫୩, ଝାରସୁଗୁଡ଼ା ୬, କଳାହାଣ୍ଡି ୪୧, କନ୍ଧମାଳ ୩୦, କେନ୍ଦ୍ରାପଡ଼ା ୫୮, କେନ୍ଦୁଝର ୨୧, ଖୋର୍ଦ୍ଧା ୨୯୭, କୋରାପୁଟ ୭୭, ମାଲକାନଗିରି ୨୪, ମୟୁରଭଞ୍ଜ ୭୦, ନବରଙ୍ଗପୁର ୩୦, ନୟାଗଡ଼ ୧୦୫, ନୂଆପଡ଼ା ୩, ପୁରୀ ୮୦, ରାୟଗଡ଼ା ୯୮, ସମ୍ବଲପୁର ୩୬, ସୋନପୁର ୨୨, ସୁନ୍ଦରଗଡ଼ ୧୧୯ ଜଣ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୪୮୦୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୫୦୯ ସକ୍ରିୟ କେସ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.