କୋଭିଡ ଆରୋଗ୍ୟ ହାର ୭୭.୮୮% : ମୃତ୍ୟୁସଂଖ୍ୟା ୭୮ ହଜାର ୫୮୬

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୭୭.୮୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗୋଟିଏ ଦିନରେ ୯୪ ହଜାର ୩୭୨ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪୭ଲକ୍ଷ ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ମୋଟ୍‍ ୩୭ଲକ୍ଷ ୨ହଜାର ୫୯୫ଜଣ ଆରୋଗ୍ୟଲାଭ କରିଛନ୍ତି।

ଏବେ ଦେଶରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୪୭ ଲକ୍ଷ ୫୪ହଜାର ୩୫୬ ଥିବାବେଳେ ଗତ ୨୪ଘଣ୍ଟା ମଧ୍ୟରେ ଆଉ ୧ହଜାର ୧୧୪ଜଣଙ୍କର ମୃତ୍ୟୁଘଟିବା ସହ ମୃତ୍ୟୁସଂଖ୍ୟା ୭୮ହଜାର ୫୮୬କୁ ବୃଦ୍ଧି ପାଇଛି। ଫଳରେ ଦେଶରେ  କୋଭିଡ-୧୯ ମୃତ୍ୟୁହାର ଆହୁରି ହ୍ରାସ ଘଟି ୧ .୬୫ ପ୍ରତିଶତରେ ପହଞ୍ଚିଛି। ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୩ହଜାର ୧୭୫ ରହିଛି। ଯାହା ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟାର ୨୦.୪୭% ରହିଛି।
ଅନ୍ୟ ପକ୍ଷରେ ଆଇସିଏମ୍‍ଆର୍‍ର ସୂଚନା ଅନୁଯାୟୀ ବର୍ତ୍ତବାନ ସୁଦ୍ଧା ମୋଟ୍‍ ୫କୋଟି ୬୨ଲକ୍ଷ ୬୦ହଜାର ୯୨୮ଟି ନମୂନା ପରୀକ୍ଷା କରାଯାଇଛି। ତେବେ ଗତକାଲି ୧୦ଲକ୍ଷ ୭୧ହଜାର ୭୦୨ଟି ନମୂନା ପରୀକ୍ଷା କରାଯାଇଛି ବୋଲି ଆଇସିଏମ୍‍ଆର୍‍ କହିଛି।

 

Comments are closed.