କରୋନା ଅପଡେଟ୍ : ଦେଶରେ ଆରୋଗ୍ୟ ହାର ୪୨.୭୫ %କୁ ବୃଦ୍ଧି

୨୪ଘଣ୍ଟାରେ ୧ଲକ୍ଷ ୧୯ହଜାର ୯୭୬ ନମୂନା ପରୀକ୍ଷା

ନୂଆଦିଲ୍ଲୀ : ସାରା ଦେଶରେ ମୋଟ୍‍ ୬୭ହଜାର ୬୯୨ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିବା ସହିତ ଦେଶରେ କୋଭିଡ-୧୯ ଆରୋଗ୍ୟ ହାର ୪୨.୭୫ %କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି । ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ଆଉ ୩ହଜାର ୨୬୬ଜଣ ଲୋକ ଆରୋଗ୍ୟ ଲାଭ କରିଥିବାବେଳେ ୬ହଜାର ୫୬୬ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଏଥିସହିତ ଦେଶରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୫୮ହଜାର ୩୩୩ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ଭତରେ ୧୯୪ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିବା ସହ ଦେଶରେ କୋଭିଡ ନାଇଣ୍ଟିନ୍‍ ଜନିତ ମୃତ୍ୟୁ ସଂଖ୍ୟା ୪ହଜାର ୫୩୧ରେ ପହଞ୍ଚିଛି ।
ସେହିପରି ଗତ ୨୪ଘଣ୍ଟା ଭିତରେ ଦେଶରେ ମୋଟ୍‍ ୧ଲକ୍ଷ ୧୯ହଜାର ୯୭୬ ନମୂନାର ପରୀକ୍ଷା କରାଯିବା ସହ ଏପର୍ଯ୍ୟନ୍ତ ୩୩ଲକ୍ଷ ୬୨ହଜାର ୧୩୬ଟି କୋଭିଡ ନାଇଣ୍ଟିନ୍‍ ନମୂନାର ପରୀକ୍ଷା କରାଯାଇଛି। ମୋଟ୍‍ ୬୩୨ଟି ପରୀକ୍ଷାଗାରରେ ନମୂନା ପରୀକ୍ଷା କରାଯାଉଛି । ଯାହା ମଧ୍ୟରେ ୪୩୯ଟି ସରକାରୀ ପରୀକ୍ଷାଗାର ଓ ୧୯୩ଟି ବେସରକାରୀ ପରୀକ୍ଷାଗାର ରହିଛି ।

Comments are closed.