କରୋନା ଅପଡେଟ୍ : ସଂକ୍ରମିତଙ୍କ ସଂଖ୍ୟା ୯୬,୧୬୯, ଆରୋଗ୍ୟ ହାର ୩୮.୨୯%

ନୂଆଦିଲ୍ଲୀ : ଦେଶରେ ମୋଟ୍ ୩୬, ୮୨୩ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିବା ସହ କୋଭିଡ୍-୧୯ ଆରୋଗ୍ୟ ହାର ୩୮.୨୯%କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ଭିତରେ ୨ହଜାର ୭୧୫ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଥିବା ବେଳେ ୫,୨୪୨ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଏଥିସହିତ ଭୂତାଣୁରେ ମୋଟ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୯୬ ହଜାର୧୬୯ରେ ପହଞ୍ଚିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୭ ଜଣ ଲୋକ ମୃତ୍ୟୁବରଣ କରିବାରୁ କୋଭିଡ୍-୧୯ ମୃତ୍ୟୁସଂଖ୍ୟା ୩,୦୨୯ରେ ପହଞ୍ଚିଛି ।