ଆରୋଗ୍ୟ ହାର ୯୩.୬୭ ପ୍ରତିଶତ ; ମାତ୍ର ୧୦ ଦିନରେ ଏକ କୋଟି ନମୁନା ପରୀକ୍ଷା

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୩.୬୭ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୯ହଜାର ୭୧୫ ଜଣ  ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୮୪ ଲକ୍ଷ ୭୮ ହଜାର ୧୨୪କୁ ବୃଦ୍ଧି ପାଇଛି।

ଅନ୍ୟ ଏକ ସଫଳତା କ୍ରମରେ ଗତ ୧୦ ଦିନ ମଧ୍ୟରେ ଦେଶରେ ଏକ କୋଟି ନମୁନା ପରୀକ୍ଷା କରାଯାଇଛି।

ସେହିପରି ୪୬ ହଜାର ୨୩୨ ଜଣ ନୂଆ ଲୋକ କୋଭିଡରେ ସଂକ୍ରମିତ ହେବା ସହ ଦେଶରେ ମୋଟ୍‍ ସଂକ୍ରମଣ ୯୦ ଲକ୍ଷ ୫୦ ହଜାର ୫୯୮ ରହିଛି। ଗତ ୨୪ ଘଣ୍ଟା ଭିତରେ ୫୬୪ ଜଣ ମୃତ୍ୟୁବରଣ କରିବାରୁ କୋଭିଡ୍‍ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୨ ହଜାର ୭୨୬ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ୪ ଲକ୍ଷ ୩୯ ହଜାର ୭୪୭ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ
ହେଉଛନ୍ତି।
ଆଇସିଏମ୍‍ଆର୍‍ର ରିପୋର୍ଟ ଅନୁସାରେ ଗତକାଲି ସୁଦ୍ଧା ୧୩ କୋଟି ୬ ଲକ୍ଷ ୫୭ ହଜାର ୮୦୮ଟି ନମୁନା ପରୀକ୍ଷା କରାଯାଇଛି। କେବଳ ଗତକାଲି ୧୦ ଲକ୍ଷ ୬୬ ହଜାର ୨୨ଟି ନମୁନା ପରୀକ୍ଷା କରାଯାଇଥିଲା। ଏଯାବତ ଦେଶରେ ମୋଟ୍ ୧୩ କୋଟି ୬ ଲକ୍ଷ ୫୭ ହଜାର ୮୦୮ ନମୁନା ପରୀକ୍ଷା କରାଯାଇଛି। ତେବେ ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି  ଗତ ୧୦ ଦିନ ମଧ୍ୟରେ ଏକ କୋଟି ନମୁନା ପରୀକ୍ଷା କରାଯାଇଛି।

Comments are closed.