କୋଭିଡ ଆରୋଗ୍ୟ ହାର ୯୩.୬୫ ପ୍ରତିଶତକୁ ବୃଦ୍ଧି : ମୃତ୍ୟୁସଂଖ୍ୟା ୧ଲକ୍ଷ ୩୫ହଜାରରୁ ଅଧିକ

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୩.୬୫ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୯ହଜାର
୩୭୯ଜଣ ଆରୋଗ୍ୟ ଲାଭ କରିବା ସହ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୮୭ଲକ୍ଷ ୧୮ହଜାର ୫୧୭ ରହିଛି।

ସେହିପରି ଆଉ ୪୩ହଜାର ୮୨ଜଣ ଲୋକ ସଂକ୍ରମିତ ହେବା ସହ ଦେଶରେ ମୋଟ୍‍ କୋଭିଡ ସଂକ୍ରମଣ ୯୩ଲକ୍ଷ ୯ହଜାର ୭୮୮ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ୪୯୨ଜଣଙ୍କ ମୃତ୍ୟୁ ସହ ଦେଶରେ କୋଭିଡ ମୃତ୍ୟୁସଂଖ୍ୟା ୧ଲକ୍ଷ ୩୫ହଜାର ୭୧୫କୁ ଛୁଇଁଛି। ୪ଲକ୍ଷ ୫୫ହଜାର ୫ଶହ ୫୫ଜଣ ସକ୍ରିୟ ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା କରାଯାଉଛି।
ଅନ୍ୟପକ୍ଷରେ ଗତ ୨୪ଘଣ୍ଟା ମଧ୍ୟରେ ୧୧ଲକ୍ଷ ୩୧ହଜାର ନମୂନା ପରୀକ୍ଷା କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ସର୍ବମୋଟ୍‍ ୧୩କୋଟି ୭୦ଲକ୍ଷ ନମୂନା ପରୀକ୍ଷା କରାଯାଇଛି।
ମନ୍ତ୍ରଣାଳୟ କହିଛି ଅଧିକ ନମୂନା ପରୀକ୍ଷା ଯୋଗୁଁ ସଂକ୍ରମିତ ମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି। ଏହାଯୋଗୁଁ ମୃତ୍ୟୁହାର ହ୍ରାସ ପାଉଛି। ଅଧିକ ନମୂନା ପରୀକ୍ଷା ଦ୍ୱାରା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ
ପାଇ ଶତକଡା ୪ ଭାଗରୁ ନିମ୍ନରେ ରହିଛି। ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ନମୂନା ପରୀକ୍ଷା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଧାର୍ଯ୍ୟ ସଂଖ୍ୟାର ୫ ଗୁଣା ଅଧିକ ରହିଛି। ଦେଶରେ ୨ହଜାର ୧୫୧ଟି ପରୀକ୍ଷାଗାରରେ ନମୂନା ପରୀକ୍ଷା କରାଯାଉଛି।

Comments are closed.