କୋଭିଡ୍‍ ଆରୋଗ୍ୟ ହାର ୯୬.୯୮ ପ୍ରତିଶତ : ସକ୍ରିୟ ସଂକ୍ରମିତ ୧ ଲକ୍ଷ ୮୦ ହଜାର ୩୦୪

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୬.୯୮ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪ ହଜାର ୨୩୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଏପର୍ଯ୍ୟନ୍ତ କୋଭିଡ୍‍ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୫୪ ହଜାର ୧୨୮ରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ୧ ଲକ୍ଷ ୮୦ ହଜାର ୩୦୪ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଏହା ମୋଟ୍‍ ସଂକ୍ରମଣର ଶତକଡ଼ା ୧ .୬୧%।

ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୩୨୭ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି। ଫଳରେ ମୋଟ୍‍ ସଂକ୍ରମଣ ୧ କୋଟି ୧୧ ଲକ୍ଷ ୯୨ ହଜାର ୮୮ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ  ୧୦୮ ଜଣଙ୍କ ମୃତ୍ୟୁ ଘଟିବାରୁ କୋଭଡ୍‍ ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର୬୫୬ ରହିଛି। ଦେଶରେ କୋଭିଡ୍‍ ଜନିତ ମୃତ୍ୟୁ ହାର ୧.୪୧ % ରହିଛି।
ଅନ୍ୟପକ୍ଷରେ ଆଇସିଏମ୍‍ଆର୍‍ରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ଭିତରେ ୭ ଲକ୍ଷ ୫୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ସର୍ବମୋଟ୍‍ ୨୨ କୋଟି ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି।

Comments are closed.