କୋଭିଡ ଆରୋଗ୍ୟ ହାର ୯୬.୯୬ ପ୍ରତିଶତ : ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୮୪ ହଜାର ୫୯୮

ନୂଆଦିଲ୍ଲୀ ; ଦେଶରେ କୋଭିଡ ଆରୋଗ୍ୟ ହାର ୯୬.୯୬ ପ୍ରତିଶତରେ ପହଞ୍ଚିଛି। ଗତ ୨୪ଘଣ୍ଟା ମଧ୍ୟରେ ୨୦ ହଜାର ୬୫୨ ଜଣ କୋଭିଡ୍‍-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ଏପର୍ୟ୍ୟନ୍ତ ୧ କୋଟି ୯ଲକ୍ଷ ୨୦ ହଜାର ୪୬ ଜଣ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ୧ ଲକ୍ଷ ୮୪ ହଜାର ୫୯୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଯାହା ମୋଟ ସଂକ୍ରମଣର ୧.୬୪ ପ୍ରତିଶତ।
ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୧୭ ହଜାର ୯୨୧ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ୬୨ ହଜାର ୭୦୭ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟାରେ ୧୩୩ ଜଣଙ୍କର ମୃତ୍ୟୁ ହେବା
ସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୮ ହଜାର ୬୩କୁ ବୃଦ୍ଧି ପାଇଛି। ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୪୦ ପ୍ରତିଶତ ରହିଛି।
ଆଇସିଏମ୍‍ଆର୍‍ ସୂଚନା ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୭ଲକ୍ଷ ୬୩ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯିବା ଫଳରେ କୋଭିଡ-୧୯ ନମୁନା ପରୀକ୍ଷା ସଂଖ୍ୟା ୨୨କୋଟି ୩୪ ଲକ୍ଷ ୭୯ ହଜାର ଟପିଯାଇଛି।

Comments are closed.