କୋଭିଡ଼ ଅରୋଗ୍ୟ ହାର ୯୬.୯୧ ପ୍ରତିଶତକୁ ବୃଦ୍ଧି : ୨୦ ଲକ୍ଷ ୨୯ ହଜାରରୁ ଅଧିକ ଲୋକଙ୍କୁ ଟିକା ଦାନ

ନୂଆଦିଲ୍ଲୀ :  ଦେଶରେ କୋଭିଡ଼ ଅରୋଗ୍ୟ ହାର ୯୬.୯୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୩୨୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ କୋଭିଡରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୫୯ ହଜାର ୩୦୫ ରହିଛି।
ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତ ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ୧ ଲକ୍ଷ ୭୬ ହଜାର ୪୯୮ ଜଣ ଚିକିତ୍ସିତ ହେଉଛନ୍ତି, ଯାହା ମୋଟ୍‍ ସଂକ୍ରମଣର ୧.୬୫ ପ୍ରତିଶତ। ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ୧୩୭ ଜଣଙ୍କର ମୃତ୍ୟୁ ଘଟିବା ସହ କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୭୨୪ରେ ପହଞ୍ଚିଛି। ଦେଶରେ କୋଭିଡ଼ ଜନିତ ମୃତ୍ୟୁ ହାର ୧.୪୪ % ରହିଛି। ​‌

ଆଇସିଏମ୍‍ଆର୍‍ରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଲକ୍ଷ ୫୦ ହଜାରରୁ ଅଧିକ ନମୁନା
ପରୀକ୍ଷା କରାଯାଇଛି। ଫଳରେ ଦେଶରେ ଏପର୍ଯ୍ୟନ୍ତ ମୋଟ ୧୯ କୋଟି ୩୬ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୨୦ ଲକ୍ଷ ୨୯ ହଜାର ୪୮୦ ଜଣଙ୍କୁ କୋଭିଡ଼ ଟିକା ପ୍ରଦାନ କରାଯାଇଛି।

Comments are closed.