କୋଭିଡ ଆରୋଗ୍ୟ ହାର ୯୭.୦୩ ପ୍ରତିଶତ : ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୪୩୫

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୭.୦୩ ପ୍ରତିଶତ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ଆଉ ୧୪ ହଜାର ୩୧ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୨୬ ହଜାର ୭୫ରେ ପହଞ୍ଚିଛି।
ଦେଶରେ ୧ଲକ୍ଷ ୭୩ ହଜାର ୪୧୩ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ଏହା ମୋଟ୍‍ ସଂକ୍ରମଣର ୧.୫୫ %।
ଗତ ୨୪ଘଣ୍ଟା ମଧ୍ୟରେ ୧୭ ହଜାର ୪୦୭ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି। ଫଳରେ ଦେଶରେ କୋଭିଡ ସଂକ୍ରମଣ ୧ କୋଟି ୧୧ ଲକ୍ଷ ୫୬ ହଜାର ୯୨୩  ରହିଛି। ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୮୯ ଜଣ  ଆକ୍ରାନ୍ତଙ୍କ ମୃତ୍ୟୁ ସହିତ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୪୩୫ ରହିଛି

ଅନ୍ୟପକ୍ଷରେ ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୭ଲକ୍ଷ ୭୫ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ମୋଟ୍‍ ୨୧ କୋଟି ୯୧ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି।

Comments are closed.