କୋଭିଡ ଆରୋଗ୍ୟ ହାର ୯୭.୦୧ ପ୍ରତିଶତ : ସକ୍ରିୟ ଆକ୍ରାନ୍ତ ହାର ୧.୫୮%

ନୂଆଦିଲ୍ଳୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୭.୦୧ ପ୍ରତିଶତ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ୧୩ ହଜାର ୮୧୯ ଜଣ ଲୋକ ଆରୋଗ୍ୟଲାଭ କରିଛନ୍ତି। ଏଥିସହ ଏପର୍ଯ୍ୟନ୍ତ ମୋଟ୍‍ ୧ କୋଟି ୮ ଲକ୍ଷ ୩୯ ହଜାର ୮୯୪ ଜଣ ଲୋକ କୋଭିଡରୁ ଆରୋଗ୍ୟ
ଲାଭ କରିଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ୧୬ ହଜାର ୮୩୮ ଜଣ ନୂଆ​‌ କରୋନା ସଂକ୍ରମିତ  ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ୍‍ ସଂକ୍ରମଣ ୧ କୋଟି ୧୧ ଲକ୍ଷ ୭୩ ହଜାର ୭୬୧ ରହିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ମଧ୍ୟରେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କୋବିଡ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୭ ହଜାର ୫୪୮ରେ ପହଞ୍ଚିଛି। ଦେଶରେ ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତମାନଙ୍କ ସଂଖ୍ୟା ୧ ଲକ୍ଷ ୭୬ ହଜାର ୩୧୯ ରହିଛି। ଯାହା ମୋଟ ସଂକ୍ରମଣର ୧.୫୮ ପ୍ରତିଶତ।

ଆଇସିଏମ୍‍ଆର୍‍ରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ଭିତରେ ୭ଲକ୍ଷ ୬୧ ହଜାର ୮୩୪ଟି ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ୨୧ କୋଟି ୯୯ଲକ୍ଷ ୪୦ ହଜାର ୭୪୨ଟି ନମୁନା ପରୀକ୍ଷା କରାଯାଇଛି।

Comments are closed.