ଆରୋଗ୍ୟ ହାର ୮୮.୮୧ ପ୍ରତିଶତକୁ ବୃଦ୍ଧି : ମୃତ୍ୟୁହାର ୧.୫୧ %

ନୂଆଦିଲ୍ଲୀ :  ଦେଶରେ କୋଭିଡ ଆରୋଗ୍ୟ ହାର ୮୮.୮୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୧ ହଜାରରୁ ଅଧିକ
ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୬୭ଲକ୍ଷ ୯୫ ହଜାରକୁ ଟପି ଯାଇଛି।
ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶରେ ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତମାନଙ୍କ ସଂଖ୍ୟା କମିବାରେ ଲାଗିଛି ଓ ଏହା ମୋଟ୍‍
ସଂକ୍ରମଣର ୯.୬୭ % ରହିଛି। ଦେଶରେ ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୪୦ ହଜାର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୪ ହଜାର ୪୪ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ମୋଟ୍‍ ସଂକ୍ରମଣ ୭୬ ଲକ୍ଷରୁ ଅଧିକ ରହିଛି।
ମନ୍ତ୍ରଣାଳୟ କହିଛି କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ନିୟମଗୁଡ଼ିକର ସଠିକ୍‍ ରୂପେ ପାଳନ ଯୋଗୁଁ ଆରୋଗ୍ୟ
ଙ୍କ ସଂଖ୍ୟା ବୃଦ୍ଧି ପାଉଛି ଓ ମୃତ୍ୟୁ ସଂଖ୍ୟା ହ୍ରାସ ଘଟୁଛି। ବର୍ତ୍ତମାନ ଦେଶରେ କୋବିଡ ମୃତ୍ୟୁହାର ୧ .୫୧ % ରହିଛି, ଯାହା ବିଶ୍ୱ ମୃତ୍ୟୁହାର ତୁଳନାରେ ଯଥେଷ୍ଟ କମ୍‍।
ଗତ ୨୪ଘଣ୍ଟା ମଧ୍ୟରେ ୭୧୭ ଜଣ ମୃତ୍ୟୁ ଘଟିବାରୁ ମୋଟ୍‍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୫ ହଜାର ୯୧୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟା
ଭିତରେ ୧୦ ଲକ୍ଷ ୮୩ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ମୋଟ୍‍ ୯ କୋଟି ୭୨ ଲକ୍ଷ ନମୁନା ପରୀକ୍ଷା
କରାଯାଇ ସାରିଲାଣି।

Comments are closed.