ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ୭୧.୧୭%; ମୃତ୍ୟୁ ହାର ୧.୯୫%

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ ଆରୋଗ୍ୟଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୫ ହଜାର ୫୭୩
ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।  ଏପର୍ଯ୍ୟନ୍ତ ମୋଟ୍‍ ୧୭ ଲକ୍ଷ ୫୧ ହଜାର ୫୫୫ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ଆରୋଗ୍ୟ ହାର ୭୧.୧୭% ପହଞ୍ଚିଛି। ଅନ୍ୟପକ୍ଷରେ ମୃତ୍ୟୁ ହାର ୧.୯୫ ପ୍ରତିଶତକୁ ହ୍ରାସ ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୪ ହଜାର ୫୫୩ ଜଣ ବ୍ୟକ୍ତି ସଂକ୍ରମିତ ହେବା ପରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୨୪ ଲକ୍ଷ ୬୧ ହଜର ୧୯୧ରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ୬ ଲକ୍ଷ ୬୧ ହଜାର ୫୯୫ଟି ସକ୍ରିୟ ମାମଲା ରହିଛି। ଗୋଟିଏ ଦିନରେ ୧୦୦୭ ଜଣଙ୍କର ମୃତ୍ୟୁ ଘଟିବା ଫଳରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୪୮ ହଜାର ୪୦ରେ ପହଞ୍ଚିଛି।

 

Comments are closed.