କୋଭିଡ ଆରୋଗ୍ୟ ହାର ୯୭.୩୦ ପ୍ରତିଶତ : ମୃତ୍ୟୁ ହାର ୧.୪୨%

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୭.୩୦ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ମଧ୍ୟରେ ୧୦ ହଜାର ୮୯୬ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୬୭ ହଜାର ୭୪୧ରେ ପହଞ୍ଚିଛି। ଗତ ୨୪ଘଣ୍ଟା ଭିତରେ ୧୩ ହଜାର ୧୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟ ପକ୍ଷରେ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାନ୍ୱୟରେ ହ୍ରାସ ପାଇବା ସହ ଏହା ମୋଟ୍ ସଂକ୍ରମଣର ୧.
୨୭ ଭାଗ ରହିଛି। ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୯୭ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ସହ ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୧୧୧ରେ ପହଞ୍ଚିଛି। ଦେଶରେ କୋଭିଡ ମୃତ୍ୟୁ ହାର ୧.୪୨ ପ୍ରତିଶତ ରହିଛି।
ଆସିଏମଆର ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଦେଶରେ ଏ ଯାବତ ୨୦ କୋଟି ୯୪ ଲକ୍ଷ ୭୪ ହଜାର ୮୬୨ଟି କୋଭିଡ ନମୂନା ପରୀକ୍ଷା କରାଯାଇଛି।