କୋଭିଡ୍‍ ଆରୋଗ୍ୟ ହାର ୯୫.୮୩ ପ୍ରତିଶତ : ସକ୍ରିୟ ଅକ୍ରାନ୍ତଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୨.୭୨%

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୫.୮୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୨୧ ହଜାରରୁ ଅଧିକ ଲୋକ ଆରୋଗ୍ୟଲାଭ କରିଛନ୍ତି। ଏଥିସହିତ କୋଭିଡ୍‍ରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୯୭ ଲକ୍ଷ ୮୨ ହଜାରରେ ପହଞ୍ଚିଛି। ଦେଶରେ ଚିକିତ୍ସିତ ହେଉଥିବା ସକ୍ରିୟ ଅକ୍ରାନ୍ତଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୨.୭୨ % ରହିଛି। ଦେଶରେ ବର୍ତ୍ତମାନ ପ୍ରାୟ ୨ ଲକ୍ଷ ୭୭ହଜାର ଲୋକ ଚିକିତ୍ସିତ ହେଉଛନ୍ତି।
ଗତ ୨୪ଘଣ୍ଟା ମଧ୍ୟରେ ୨୦ ହଜାର ୨୧ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି। ଏଥିସହିତ ମୋଟ୍‍ ସଂକ୍ରମଣ ୧ କୋଟି ୨ ଲକ୍ଷକୁ ଟପିଯାଇଛି। ମନ୍ତ୍ରଣାଳୟ କହିଛି କୋଭିଡ୍‍ର ମୁକାବିଲା ପାଇଁ ସରକାରଙ୍କ ନୀତିର ସଠିକ୍‍ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଦେଶରେ କୋଭିଡ୍‍
ମୃତ୍ୟୁହାର  ୧.୪୫% ରହିଛି ଯାହା ବିଶ୍ୱରେ ସବୁଠାରୁ କମ୍‍। ଗତ ୨୪ ଘଣ୍ଟା ଭିତରେ ୨୭୯ଜଣ ମୃତ୍ୟୁବରଣ କରିବାରୁ କୋଭିଡ୍‍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୭ହଜାର ୯୦୧ରେ ପହଞ୍ଚିଛି।

ଆଇସିଏମ୍‍ଆର୍‍ କହିଛି ଗତ ୨୪ଘଣ୍ଟା ମଧ୍ୟରେ ୭ଲକ୍ଷ ୧୫ହଜାରରୁ ଅଧିକ ନମୂନା ପରୀକ୍ଷା କରାଯାଇଛି। ଏପର୍ଯ୍ୟନ୍ତ ମୋଟ୍‍ ୧୬କୋଟି ୮୮ଲକ୍ଷ ନମୂନା ପରୀକ୍ଷା କରାଯାଇଛି।

Comments are closed.