ଆରୋଗ୍ୟ ହାର ୮୫.୮୧ ପ୍ରତିଶତ : ମୃତ୍ୟୁହାର ୧.୫୪ %

ଆରୋଗ୍ୟଙ୍କ ସଂଖ୍ୟା ୫୯ଲକ୍ଷ ୮୮ହଜାର

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୮୫.୮୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ୮୨ ହଜାରରୁ ଅଧିକ ଲୋକ
ଆରୋଗ୍ୟଲାଭ କରିଛନ୍ତି। ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୫୯ଲକ୍ଷ ୮୮ହଜାରକୁ ଟପିଛି। ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇ ମୋଟ୍‍ ସଂକ୍ରମଣର ୧୨.୬୫% ଭାଗ ରହିଛି। ଦେଶରେ ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୮୩ହଜାର ରହିଛି।
ଗତ ୨୪ଘଣ୍ଟା ମଧ୍ୟରେ ଆଉ ୭୩ହଜାର ୨୭୨ଜଣ ଲୋକ ସଂକ୍ରମିତ ହେବାରୁ ଦେଶରେ ମୋଟ୍‍ ସଂକ୍ରମଣ ୬୯ଲକ୍ଷ ୭୯ହଜାରକୁ ଅତିକ୍ରମ
କରିଯାଇଛି। ମନ୍ତ୍ରଣାଳୟ କହିଛି କୋଭିଡ୍‍ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ସଠିକ୍‍ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି
ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଦେଶରେ କୋଭିଡ ମୃତ୍ୟୁହାର ୧ .୫୪ ପ୍ରତିଶତ ରହିଛି ଯାହା ବିଶ୍ୱର ଅନ୍ୟଦେଶ ଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍‍।
ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୯୨୬ଜଣଙ୍କର ମୃତ୍ୟୁ ଘଟିବାରୁ କୋଭିଡ ମୃତ୍ୟୁସଂଖ୍ୟା ୧ଲକ୍ଷ ୭ହଜାର ୪୧୬ରେ ପହଞ୍ଚିଛି। ଗତ ୨୪ଘଣ୍ଟା ଭିତରେ ଆଉ ୧୧ ଲକ୍ଷ ୬୪ହଜାରରୁ ଅଧିକ ନମୂନା ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ଦେଶରେ ୮କୋଟି ୫୭ଲକ୍ଷରୁ
ଅଧିକ ନମୂନା ପରୀକ୍ଷା କରାଯାଇଛି।

Comments are closed.