ଆରୋଗ୍ୟ ହାର ୭୮ପ୍ରତିଶତ : ମୃତ୍ୟୁସଂଖ୍ୟା ୮୦ ହଜାର ନିକଟତର

ନୂଆଦିଲ୍ଲୀ :  ଦେଶରେ କୋଭିଡ ଆରୋଗ୍ୟ ହାର ୭୮ପ୍ରତିଶତକୁ ବୃଦ୍ଧି ପାଇଛି। ଆଉ ୭୭ହଜାର ସଂକ୍ରମିତ ବ୍ୟକ୍ତି
ଆରୋଗ୍ୟଲାଭ କରିଛନ୍ତି। ଏଥିସହିତ ଆରୋଗ୍ୟଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୩୭ଲକ୍ଷ ୮୦ହଜାରକୁ ଅତିକ୍ରମ କରିଯାଇଛି। ଫଳରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର  ୨୦.୩୬ ପ୍ରତିଶତ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମୂନା ପରୀକ୍ଷା, ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ଫଳପ୍ରଦ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଉଥିବାବେଳେ ମୃତ୍ୟୁହାର କମିବାରେ ଲାଗିଛି।  ଗୋଟିଏ ଦିନରେ
୧୧୩୬ଜଣ ମୃତ୍ୟୁ ଘଟିବାରୁ କୋଭିଡ ମୃତ୍ୟୁସଂଖ୍ୟା ୭୯ହଜାର ୭୨୨ରେ ପହଞ୍ଚିଛି। ଦେଶରେ କୋଭିଡ ମୃତ୍ୟୁହାର ୧ .୬୪ ଭାଗ ରହିଛି, ଯାହା ବିଶ୍ୱର ଅନେକ ଦେଶ ତୁଳନାରେ ଯଥେଷ୍ଟ କମ୍‍।

ସେହିପରି ଆଉ ୯ଲକ୍ଷ ୭୮ହଜାରରୁ ଅଧିକ ନମୂନା ପରୀକ୍ଷା କରାଯାଇଛି। ଏପର୍ଯ୍ୟନ୍ତ ମୋଟ୍‍ ୫କୋଟି ୭୨ଲକ୍ଷରୁ ଊର୍ଦ୍ଧ୍ବ ନମୂନା ପରୀକ୍ଷା କରାଯାଇସାରିଲାଣି। ନମୂନା ପରୀକ୍ଷା ୧୭୧୭ଟି ପରୀକ୍ଷାଗାରରେ କରାଯାଉଛି, ସେଗୁଡ଼ିକ ମଧ୍ୟରୁ ୧୦୪୯ଟି ସରକାରୀ ପରୀକ୍ଷାଗାର ଏବଂ ୬୬୮ଟି ବେସରକାରୀ ପରୀକ୍ଷାଗାର ରହିଛି।

Comments are closed.