କରୋନା ଅପଡେଟ୍ : କୋଭିଡ୍‍-୧୯ ଆରୋଗ୍ୟ ହାର ୫୬.୭୦%, ମୃତ୍ୟୁସଂଖ୍ୟା ୧୪, ୪୭୬

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ୫୬.୭୦%କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦,୪୯୫ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିବା ସହ ମୋଟ୍‍ ୨ ଲକ୍ଷ ୫୮ ହଜାର ୬୮୫ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି।

ସେହିପରି ଦେଶର ବିିଭିନ୍ନ କୋଭିଡ ହସ୍ପିଟାଲରେ ବର୍ତ୍ତମାନ ୧ ଲକ୍ଷ ୮୩ ହଜାର ୨୨ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା ଚାଲିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗତ ୨୪ଘଣ୍ଟା ଭିତରେ ଆଉ ୧୫ ହଜାର ୯୬୮ ଜଣ ନୂଆ ଲୋକ ସଂକ୍ରମିତ ହେବା ସହ ଦେଶରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାର ୧୮୩ ରହିଛି। କୋଭିଡ୍‍ ସଂକ୍ରମଣ ହେବାଠାରୁ ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂକ୍ରମଣ। ସେହିପରି ୪୬୫ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହିତ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪ ହଜାର ୪୭୬ରେ ପହଞ୍ଚିଛି।
ଭାରତୀୟ ଭେଷଜ ଗବେଷଣା ପରିଷଦ କହିଛି, ଗତ ୨୪ ଘଣ୍ଟା ଭିତରେ ଦେଶର ବିଭିନ୍ନ ପରୀକ୍ଷାଗାରରେ ୨ଲକ୍ଷ ୧୫ ହଜାର ୧୯୫ଟି ନମୁନା ପରୀକ୍ଷା କରାଯାଇଛି। ଗୋଟିଏ ଦିନ ମଧ୍ୟରେ ଏତେ ସଂଖ୍ୟକ ନମୁନା ପରୀକ୍ଷା ହେବା, ଏହା ହେଉଛି ପ୍ରଥମ ଘଟଣା। ଏପର୍ଯ୍ୟନ୍ତ ୭୩ ଲକ୍ଷ ୫୨ ହଜାର ୯୧୧ଟି ନମୁନାର ପରୀକ୍ଷା କରାଯାଇଛି। ଆଇସିଏମ୍‍ଆର୍‍ ଅଧିକରୁ ଅଧିକ ପରୀକ୍ଷାଗାର ଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିବା ଜାରି ରଖିଛି। ବର୍ତ୍ତମାନ ଦେଶରେ ୧ହଜାର ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଥିବା ବେଳେ ସେଗୁଡ଼ିକ ମଧ୍ୟରେ ୭୩୦ଟି ସରକାରୀ ଓ ୨୭୦ଟି ବେସରକାରୀ ପରୀକ୍ଷାଗାର ରହିଛି।

Comments are closed.