କୋଭିଡ-୧୯ ଆରୋଗ୍ୟ ହାର ୭୨ ପ୍ରତିଶତ ଟପିଲା : ମୃତ୍ୟୁ ହାର ୧.୯୨%

ନୂଆଦିଲ୍ଲୀ : ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋଭିଡ୍‍-୧୯ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୫୭ ହଜାର ୫୮୪ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୧୯ ଲକ୍ଷ ୧୯ ହଜାର ୮୪୨କୁ ବୃଦ୍ଧି ପାଇଛି। ଯାହାଦ୍ବାରା କୋଭିଡ-୧୯ ଆରୋଗ୍ୟ ହାର ୭୨ ପ୍ରତିଶତ ଅତିକ୍ରମ କରିଛି।

ଅନ୍ୟପକ୍ଷରେ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ୫୭ ହଜାର ୯୮୨ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬ ଲକ୍ଷ ୪୭ ହଜାର ୬୬୪କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ୯୪୧ ଜଣଙ୍କର କରୋନାଙ୍କ ଯୋଗୁଁ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ମହାମାରୀ ସଂକ୍ରମଣ ଜନିତ ମୃତ୍ୟୁ ୫୦ ହଜାର ୯୨୧କୁ ବୃଦ୍ଧି ପାଇଛି । ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୯୨ ପ୍ରତିଶତକୁ ହ୍ରାସ ପାଇଛି।

ଦେଶରେ ଛଅ ଲକ୍ଷ ୭୬ ହଜାର ୯୦୦ ସକ୍ରିୟ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ-ଆଇସିଏମ୍‍ଆର କହିଛି, ଆଜି ପର୍ଯ୍ୟନ୍ତ ଦେଶରେ ୩ କୋଟି ୪୧ ହଜାର ୪୦୦ ନମୁନା ପରୀକ୍ଷା କରାଯାଇଛି। ଏହା ମଧ୍ୟରୁ ୭ଲକ୍ଷ ୩୧ ହଜାର ୬୯୭ ଜଣଙ୍କର କୋଭିଡ୍‍ ନାଇଣ୍ଟିନ୍‍ ପରୀକ୍ଷା କେବଳ ରବିବାର ଦିନ କରାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ତ୍ୱରିତ ଓ ଠିକଣା ସମୟରେ ଦେଶରେ କରୋନା ପରୀକ୍ଷା କରାଯାଇ ପାରୁଥିବାରୁ ମୃତ୍ୟୁହାର ହ୍ରାସ ପାଇଛି।

Comments are closed.