କରୋନା ରୋଗୀଙ୍କ ପାଇଁ ବରଦାନ: ସଂକ୍ରମିତ ମା’ କ୍ଷୀରରୁ ପ୍ରସ୍ତୁତ ହେବ ଆଣ୍ଟିବଡ଼ି

ନେଦରଲ୍ୟାଣ୍ଡ : କରୋନା ରୋଗୀଙ୍କୁ ବଞ୍ଚାଇବା ପାଇଁ ବର୍ତ୍ତମାନ ମା’ କ୍ଷୀର ବ୍ୟବହାର କରାଯିବ। ୩୦ ଜଣ  ମହିଳାଙ୍କ କ୍ଷୀରରେ କରୋନା ଭୂତାଣୁ ଆଣ୍ଟିବଡି ମିଳିଥିଲା ​​ଯେଉଁମାନେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ। ଡଚ୍ ବୈଜ୍ଞାନିକମାନେ ପ୍ଲାଜମା ଥେରାପି ପରି ମା’ କ୍ଷୀରରୁ ପ୍ରସ୍ତୁତ ସାମଗ୍ରୀ ମାଧ୍ୟମରେ ପଜିଟିଭ ରୋଗୀଙ୍କଠାରେ ଭୂତାଣୁ ଲାଗି ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାକୁ ଯୋଜନା କରିଛନ୍ତି।

କ୍ଷୀରର ବରଫ କ୍ୟୁବ୍ ତିଆରି କରି ରୋଗୀମାନଙ୍କର ଚିକିତ୍ସା

ଗବେଷକମରାନ କହିଛନ୍ତି ଯେ ସଂକ୍ରମିତ ମା’ କ୍ଷୀରରେ ପ୍ରସ୍ତୁତ ସାମଗ୍ରୀ ( ବରଫ କ୍ୟୁବ୍ କିମ୍ବା ବରଫ ଖଣ୍ଡ)କୁ ସଂକ୍ରମିତ ରୋଗୀଙ୍କୁ ଦିଆଗଲେ ତାହା ସେମାନଙ୍କ ସୁସ୍ଥ ହେବା ଦିଗରେ ସହାୟକ ହେବ ।  ଡଚ୍ ବ୍ରେଷ୍ଟ ମିଲ୍ସ ବ୍ୟାଙ୍କର ମୁଖ୍ୟ ତଥା ଗବେଷକ ରାଇଟ ସାମସ କହିଛନ୍ତି ଯେ ଏହି ବରଫ କ୍ୟୁବ ଗୁଡିକ ଶୋଷିବା ଦ୍ୱାରା ରୋଗୀଙ୍କ ଶରୀରରେ  ଥିବା ସମସ୍ତ ମ୍ୟୁକସ୍ ମେମ୍ବରଙ୍କ ନିକଟରେ ଆଣ୍ଟିବଡି ପହଞ୍ଚିଯିବ। ମ୍ୟୁକସ୍ ଏକ ମୋଟା ସ୍ତର ଯାହା ଶ୍ୱାସକ୍ରିୟା ଏବଂ ଶରୀରର ଅନ୍ୟାନ୍ୟ ଅଂଶରେ ବାହାର ଭୂତାଣୁ ପ୍ରବେଶକୁ ରୋକିଥାଏ। ଯେତେବେଳେ ଆଣ୍ଟିବଡି ପ୍ରୋଟିନ୍ ମିଶିଯିବ, କରୋନା ଭୂତାଣୁର ସ୍ପାଇକ୍ ଶରୀରରେ ପ୍ରବେଶ କରିପାରିବ ନାହିଁ।

ବୟସ୍କ ରୋଗୀମାନେ ଉପକୃତ ହେବେ

ଗବେଷକ ବ୍ରିଟ୍ ଭାନ୍ କୁଲେନ୍ କହିଛନ୍ତି ଯେ, ଯେଉଁ ବୟସ୍କ ରୋଗୀମାନେ ଘରେ ରହି କରୋନା ଭୂତାଣୁ ଚିକିତ୍ସା କରୁଚନ୍ତି, ଏହି ବରଫ କ୍ୟୁବ୍ ଦ୍ବାରା ସେମାନେ ବିଶେଷ ଉପକୃତ ହେବ। କିମ୍ବା, ଯେଉଁମାନେ ଭାଇରସର ବିପଦପୂର୍ଣ୍ଣ ଗୋଷ୍ଠୀରେ ଆସୁଛନ୍ତି, ସେମାନେ ଏଥିରୁ ଅଧିକ ଲାଭ ପାଇପାରିବେ। ପରୀକ୍ଷାଗାର​‌ରେ, ଗବେଷମାନେ ସନ୍ତାନଙ୍କୁ କ୍ଷୀର ପିଆଉଥିବା ୩୦ଜଣ ସଂକ୍ରମିତ ମହିଳାଙ୍କ କ୍ଷୀରରେ କରୋନା ଭୂତାଣୁର ଆଣ୍ଟିବଡି ପାଇଛନ୍ତି । ସେମାନେ ଜାଣିବାକୁ ପାଇଛନ୍ତି ଯେ ଏହି ଆଣ୍ଟିବଡିଗୁଡିକ ଏତେ ଶକ୍ତିଶାଳୀ ଯେ, ଏହା ସୁସ୍ଥ ଏବଂ ସଂକ୍ରମିତ ଲୋକଙ୍କ ଶରୀରରେ ଭୂତାଣୁଙ୍କ ପ୍ରତି ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରିବ।

ପାଞ୍ଚ ହଜାର ମା’ ଦୁଗ୍ଧ ଦାନ କରିବେ

ନେଦରଲ୍ୟାଣ୍ଡ ସ୍ଥିତ ଏମା ଶିଶୁ ଚିକିତ୍ସାଳୟ ଏବଂ ଅନ୍ୟ ଡାକ୍ତରଖାନାଗୁଡ଼ିକର ମିଳିତ ସହଯୋଗରେ ଏହି ଗବେଷଣା ଚାଲିଛି। ଯାହାର ପ୍ରଥମ ପର୍ଯ୍ୟାୟ ଏପ୍ରିଲ ମାସରେ ଶେଷ ହୋଇଥିଲା। ବୈଜ୍ଞାନିକମାନେ ନିବେଦନ କରିଛନ୍ତି ଯେ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ଏବଂ ନିଜ ଶିଶୁ  ସ୍ତନ୍ୟପାନ କରାଉଥିବା ମହିଳାମାନେ ୧୦୦ ମିଲିଗ୍ରାମ ଲେଖାଏଁ କ୍ଷୀର ଦାନ କରିବା ଉଚିତ, ଯାହା ଦ୍ବାରା କ୍ଷୀର ମାଧ୍ୟମରେ କରୋନା ସଂକ୍ରମଣଙ୍କ ଚିକିତ୍ସା ଉପରେ ଅଧିକ ଗବେଷଣା କରାଯାଇପାରିବ। ଏହି ପ୍ରସଙ୍ଗରେ ପାଞ୍ଚ ହଜାର ମହିଳା ଦୁଗ୍ଧ ଦାନ ପାଇଁ  ଆଗକୁ ଆସିଛନ୍ତି।

Comments are closed.