ଆଜି ରାଜ୍ୟରେ ସୁସ୍ଥ ହେଲେ ୧୦୧୧ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୦୪୯୦୮

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୦୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୁଳ ଜିଲାରୁ ସର୍ବାଧିକ ୧୩୮ ଓ ଖୋର୍ଦ୍ଧା ଜିଲାରୁ ୧୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବଲାଙ୍ଗିର ୮୧, କଟକ ୭୮, ମୟୂରଭଞ୍ଜ ୭୬, ବାଲେଶ୍ବର ୪୫, ଜଗତସିଂହପୁର ୪୫, କେନ୍ଦ୍ରାପଡ଼ା ୪୩, କଳାହାଣ୍ଡି ୪୦, ସୁନ୍ଦରଗଡ଼ ୩୯, ବରଗଡ଼ ୩୪, ପୁରୀ ୨୪, କେନ୍ଦୁଝର ୨୦, ନବରଙ୍ଗପୁର ୧୯, ଝାରସୁଗୁଡ଼ା ୧୮, ସମ୍ବଲପୁର ୧୬, ଗଞ୍ଜାମ ୧୨, ନୟାଗଡ଼ ୧୨, ଭଦ୍ରକ ୧୦, କନ୍ଧମାଳ ୧୦, କୋରାପୁଟ ୯, ସୋନପୁର ୯, ମାଲକାନଗିରି ୫, ଦେବଗଡ଼ ୩, ରାୟଗଡ଼ା ୩, ଗଜପତି ୨ ଏବଂ ଷ୍ଟେଟ୍‌ପୁଲ୍‌ରୁ ୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଆଜି ସୁଦ୍ଧା ରାଜ୍ୟରେ ମୋଟ ୩୦୪୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.