କୋଭିଡ୍‌-୧୯ ନିୟମ ଉଲଙ୍ଘନ: ୨୪ ଘଣ୍ଟାରେ ୮ ମାମଲା, ୧୧ ଗିରଫ

କୋଭିଡ୍‌-୧୯ ନିୟମ ଉଲଙ୍ଘନ: ୨୪ ଘଣ୍ଟାରେ ୮ ମାମଲା, ୧୧ ଗିରଫ
ଭୁବନେଶ୍ବର: ରାଜ୍ୟରେ କୋଭିଡ-୧୯ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୨୪ଘଣ୍ଟାରେ ୮ଟି ମାମଲା ରୁଜୁ କରାଯାଇଥିବାବେଳେ ୧୧ଜଣଙ୍କୁ ଗିରଫ କରାଯାଇଛି। ଓଡ଼ିଶାରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୮ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୫ଟି ମାମଲା ଲକ୍‌ ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଙ୍ଘନ, ଗୁଜବ ପ୍ରଚାର ଏବଂ ଅନ୍ୟାନ୍ୟ କୋଭିଡ୍‌ ସଂପର୍କିତ କାରଣ ପାଇଁ ଗୋଟିଏ ଲେଖାଏଁ ମାମଲା ରୁଜୁ କରାଯାଇଛି। ୧୧ ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.