ଦେଶରେ ସୁସ୍ଥ ହେଲେଣି ୧ଲକ୍ଷ ୫୪ହଜାର ୩୩୦ କରୋନା ସଂକ୍ରମିତ

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଦେଶରେ କୋଭିଡ ନାଇଣ୍ଟିନ୍‍ ଆରୋଗ୍ୟ ହାର ଶତକଡା ୪୯ଦଶମିକ ୯/୪ଭାଗରେ ପହଞ୍ଚିବା ସହ ଦେଶରେ ୧ଲକ୍ଷ ୫୪ହଜାର ୩୩୦ଜଣ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିସାରିଲେଣି। ଗତ ୨୪ଘଣ୍ଟା ଭିତରେ ୭ହଜାର ୧୩୫ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ୪୫ହଜାର ୭୭୯ଜଣ ସଂକ୍ରମିତ ଲୋକଙ୍କର ଚିକିତ୍ସା କରାଯାଉଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ୧୧ହଜାର ୪୫୮ଜଣ ନୂଆ ଲୋକ ଗତ ୨୪ଘଣ୍ଟା ଭିତରେ ସଂକ୍ରମିତ ହେବା ସହ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୮ହଜାର ୯୩୩ ରହିଛି। ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ଏହା ହେଉଛି ଏପର୍ଯ୍ୟନ୍ତ ପ୍ରଥମ ଘଟଣା। ଗତ ୨୪ଘଣ୍ଟା ଭିତରେ ୩୮୬ଜଣ ମୃତ୍ୟୁବରଣ କରିବାରୁ ଦେଶରେ କୋଭିଡ ନାଇଣ୍ଟିନ୍‍ ମୃତ୍ୟୁ ସଂଖ୍ୟା ୮ହଜାର ୮୮୪ରେ ପହଞ୍ଚିଛି। ଏଥି ସହିତ କରୋନା ମୃତ୍ୟୁହାର ଶତକଡା ୨ ଦଶମିକ ୮/୭ଭାଗ ରହିଛି।

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି ଗତ ୨୪ଘଣ୍ଟା ଭିତରେ ଆଉ ୧ଲକ୍ଷ ୪୩ହଜାର ୭୩୭ଟି ନମୂନାର ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୫୫ଲକ୍ଷ ୭ହଜାର ୧୮୩ଟି ନମୂନା ପରୀକ୍ଷା କରାଯାଇ ସାରିଲାଣି। ଆଇସିଏମ୍‍ଆର୍‍ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପ୍ରକ୍ରିୟା ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ୮୮୫ଟି ପରୀକ୍ଷାଗାରରେ ନମୂନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୬୪୨ଟି ସରକାରୀ ପରୀକ୍ଷାଗାର ଓ ୨୪୩ଟି ବେସରକାରୀ ପରୀକ୍ଷାଗାର ରହିଛି।

Comments are closed.