ରାଜ୍ୟରେ ପୁଣି ୨ ଶହ ଟପୁଛି ଦୈନିକ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହରେ ସୀମିତ ରହିଥିବା ବେଳେ ପୁଣି ଏହା ୨ଶହ ଟପିଛି। ୨୪ ଘଣ୍ଟାରେ ଆଉ ୨୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମ ରୁ ୧୮ ବର୍ଷ ମଧ୍ୟରେ ୩୦,ସଙ୍ଗରୋଧରୁ ୧୨୯, ସ୍ଥାନୀୟ ୮୫।


୨୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧, ବାଲେଶ୍ୱର ୩, ବଲାଙ୍ଗୀର ୧୦, ବୌଦ୍ଧ ୩, କଟକ ୨୮, ଦେଓଗଡ ୨, ଢେଙ୍କାନାଳ ୬, ଗଜପତି ୨, ଗଞ୍ଜାମ ୨, ଜଗତସିଂହପୁର ୬, ଯାଜପୁର ୩, କଳାହାଣ୍ଡି ୧୧, କନ୍ଧମାଳ ୨, କେନ୍ଦ୍ରାପଡା ୭, କେନ୍ଦୁଝର ୩, ଖୋର୍ଦ୍ଧା ୫୬, କୋରାପୁଟ ୨, ମୟୁରଭଞ୍ଜ ୩, ନୟାଗଡ ୫, ନୂଆପଡା ୮, ପୁରୀ ୩, ରାୟଗଡା ୨, ସମ୍ବଲପୁର ୯, ସୋନପୁର ୬, ସୁନ୍ଦରଗଡ ୨୨,ଷ୍ଟେଟ ପୁଲରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୧,୩୫୩କୁ ବୃଦ୍ଧି ପାଇଛି। ୧୩,୨୦,୪୫୦ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ ଆଉ ୧,୬୬୪ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Comments are closed.