ରାଜ୍ୟରେ ତଳମୁହାଁ କରୋନା ; ୩ ଜିଲାରୁ ୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ; ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଏକ ଅଙ୍କରେ ସୀମିତ। ୨୪ ଘଣ୍ଟାରେ ଆଉ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨,ସଙ୍ଗରୋଧରୁ ୪ ଓ ସ୍ଥାନୀୟ ସଂକ୍ରମିତ ୨। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୮୬୦କୁ ବୃଦ୍ଧି ପାଇଛି। ୧୨,୭୮,୫୪୮ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।୧୩୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୩ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ୧, ଖୋର୍ଦ୍ଧା ୨, ସମ୍ବଲପୁରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.