ରାଜ୍ୟରେ ତଳମୁହାଁ ଦୈନିକ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ତୁଳନାରେ ଆଜି ସଂକ୍ରମିତଙ୍କ ହ୍ରାସ ପାଇଛି। ୨୪ ଘଣ୍ଟାରେ ଆଉ ୪୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମ ରୁ ୧୮ ବର୍ଷ ମଧ୍ୟରେ ୮୨,ସଙ୍ଗରୋଧରୁ ୨୮୫, ସ୍ଥାନୀୟ ୨୦୨।


୨୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୧୩୭, ଅନୁଗୁଳରୁ ୧, ବାଲେଶ୍ୱର ୩, ବରଗଡ ୧୨, ଭଦ୍ରକ ୨, ବଲାଙ୍ଗୀର ୧୧, ବୌଦ୍ଧ ୧୩, କଟକ ୩୧, ଦେଓଗଡ ୩, ଢେଙ୍କାନାଳ ୨, ଗଜପତି ୬, ଗଞ୍ଜାମ ୭, ଜଗତସିଂହପୁର ୩, ଯାଜପୁର ୯, ଝାରସୁଗୁଡା ୩, କଳାହାଣ୍ଡି ୨୧, କନ୍ଧମାଳ ୭, କେନ୍ଦ୍ରାପଡା ୨, କେନ୍ଦୁଝର ୨, ଖୋର୍ଦ୍ଧା ୭୮, କୋରାପୁଟ ୫, ମୟୁରଭଞ୍ଜ ୧୫, ନବରଙ୍ଗପୁର ୬, ନୟାଗଡ ୧୪, ନୂଆପଡା ୧୫, ପୁରୀ ୧, ରାୟଗଡା ୯, ସମ୍ବଲପୁର ୩୯, ସୋନପୁର ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୦,୦୧୪କୁ ବୃଦ୍ଧି ପାଇଛି। ୧୩,୦୫,୨୬୧ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫ ହଜାର ୫୪୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Comments are closed.