ରାଜ୍ୟରେ ପୁଣି ହଜାରେ ପାର୍‍ ଦୈନିକ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୧୦୨୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜନ୍ମ ରୁ ୧୮ ବର୍ଷ ମଧ୍ୟରେ ୧୯୫, ସଙ୍ଗରୋଧରୁ ୫୯୭ ଓ ସ୍ଥାନୀୟ ୪୨୩।


୨୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧, ବାଲେଶ୍ୱର ୨୩, ବରଗଡ ୨୫, ଭଦ୍ରକ ୧୭, ବଲାଙ୍ଗୀର ୨୫, ବୌଦ୍ଧ ୧୧, କଟକ ୫୨, ଦେଓଗଡ ୮, ଗଜପତି ୭, ଜଗତସିଂହପୁର ୧୩, ଯାଜପୁର ୧୪, ଝାରସୁଗୁଡା ୨୧,କଳାହାଣ୍ଡି ୨୮, କନ୍ଧମାଳ ୧୭, କେନ୍ଦ୍ରାପଡା ୧୨, କେନ୍ଦୁଝର ୧୨, ଖୋର୍ଦ୍ଧା ୧୫୮, କୋରାପୁଟ ୧୬, ମୟୁରଭଞ୍ଜ ୭୧, ନବରଙ୍ଗପୁର ୧୯, ନୟାଗଡ ୨୭, ନୂଆପଡା ୧୨, ପୁରୀ ୧୪, ରାୟଗଡା ୯, ସମ୍ବଲପୁର ୮୮, ସୋନପୁର ୨୬, ସୁନ୍ଦରଗଡ ୨୫୯,ଷ୍ଟେଟ ପୁଲରୁ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୧,୧୩୫କୁ ବୃଦ୍ଧି ପାଇଛି। ୧୨,୯୫,୧୫୭ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬,୭୮୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Comments are closed.