ଓଡିଶାରେ କରୋନା ; ଚିହ୍ନଟ ହେଲେ ୬୨ ନୂଆ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମ ରୁ ୧୮ ବର୍ଷ ମଧ୍ୟରେ ୪ ଜଣ, ସଙ୍ଗରୋଧରୁ ୩୭ ଓ ସ୍ଥାନୀୟ ୨୫।


୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୨, କଟକ ୮, ଜଗତସିଂହପୁର ୧, ଝାରସୁଗୁଡା ୧, ଖୋର୍ଦ୍ଧା ୩୭, କୋରାପୁଟ ୧, ପୁରୀ ୧, ସୁନ୍ଦରଗଡ ୨, ଷ୍ଟେଟ ପୁଲରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୧୯୧କୁ ବୃଦ୍ଧି ପାଇଛି। ୧୨,୭୯,୬୦୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୧୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Comments are closed.