ଦେଶରେ ନୂଆ ସଂକ୍ରମିତ ୪୨,୭୬୬ ; ସକ୍ରିୟ ଆକ୍ରାନ୍ତ ହାର ୧.୨୪%

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୪୨,୭୬୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୮,୬୭୩କୁ ବୃଦ୍ଧି ପାଇଛି। ଦିନକରେ ଆଉ ୩୮,୦୯୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୨୧,୩୮,୦୯୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟହାର ୯୭.୪୨%। ୪,୧୦,୦୪୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୧.୨୪%। ୨୪ ଘଣ୍ଟାରେ ଆଉ ୩୦୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ୪,୪୦,୫୩୩ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁହାର ୧.୩୪%। ୨୪ ଘଣ୍ଟାରେ ୧୭,୪୭,୪୭୬ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୫୩,୦୦,୫୮,୨୧୮ ନମୁନା ପରୀକ୍ଷା କରାଯାଇଛି। ୨୪ ଘଣ୍ଟାରେ ୭୧,୬୧,୭୬୦ ଟିକା ନେଇଥିବା ବେଳେ ମୋଟ ୬୮,୪୬,୬୯,୫୨୧ ଟିକା ନେଇ ସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.