ଦେଶରେ ହ୍ରାସ ସକ୍ରିୟ ଆକ୍ରାନ୍ତ ; ବୃଦ୍ଧି ଆରୋଗ୍ୟ ହାର 

ନୂଆଦିଲ୍ଲୀ : ଦେଶରେ କିଛିଦିନ ତଳେ ଦୈନିକ ସଂକ୍ରମଣ ୧୦ହଜାରରେ ସୀମତି ରହିଥିବା ବେଳେ ପୁଣି ୧୦ ହଜାର ଅତିକ୍ରମ କରିଛି। ୨୪ ଘଣ୍ଟାରେ ଆଉ ୧୦ ହଜାର ୨୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଆଉ ୧୩,୫୨୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଚିିକିତ୍ସାଧୀନ ଅବସ୍ଥାରେ  ଆଉ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୭,୫୫୬ରେ ପହଞ୍ଚିଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଆଉ ୯୦,୭୦୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏଯାଏଁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୩,୮୯,୧୭୬କୁ ବୃଦ୍ଧି ପାଇଛି। ଆରୋଗ୍ୟ ହାର ୯୮.୬୧%। ସକ୍ରିୟ ଆକ୍ରାନ୍ତ ହାର ୦.୨୦%। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

 

 

 

Comments are closed.