ଦେଶରେ ନୂଆ ଆକ୍ରାନ୍ତ ୧୨,୭୫୧ ; ଆରୋଗ୍ୟ ହାର ୯୮.୫୧%

ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଦିନକରେ ଆଉ ୧୨,୭୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୧, ୭୪, ୬୫୦କୁ ବୃଦ୍ଧି ପାଇଛି। ଏହାସହ ଦୈନିକ ସଂକ୍ରମଣ ୩.୫୦ ପ୍ରତିଶତ। ମଙ୍ଗଳବାର ସକାଳ ୮ଟା ସୁଦ୍ଧା ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୮୦୭କୁ ବୃଦ୍ଧି ପାଇଛି। ସକ୍ରିୟ ଆକ୍ରାନ୍ତ ହାର ୦.୩୦%। ୨୪ ଘଣ୍ଟାରେ ୧୬,୪୧୨ ଆକ୍ରାନ୍ତ ଲୋକେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୋଟ ୪,୩୫,୧୬,୦୭୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୫୧%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୬ ହଜାର ୭୭୨ରେ ପହଞ୍ଚିଛି। ମୃତ୍ୟୁ ହାର ୧.୧୯%। ସଂକ୍ରମଣକୁ ଦୃଷ୍ଟିରେ ଦେଶରେ ଟିକାକରଣ ଜାରି ରହିଛି।

Comments are closed.