ଦେଶରେ ସକ୍ରିୟ ଆକ୍ରାନ୍ତ ୧.୪୩ ଲକ୍ଷ ; ଚିହ୍ନଟ ହେଲେ ୧୬,୪୬୪ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ କିଛି ଦିନ ତୁଳନାରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଦିନକରେ ଆଉ ୧୬,୪୬୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୦,୩୬,୨୭୫କୁ ବୃଦ୍ଧି ପାଇଛି।
ସେହିପରି ଆଉ ୧,୪୩,୯୮୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଆରୋଗ୍ୟ ହାର ୯୮.୪୮% ରହିଛି। ଦୈନିକ ସଂକ୍ରମଣ ହାର ୬.୦୧%। ସପ୍ତାହିକ ସଂକ୍ରମଣ ହାର ୪.୮୦ ପ୍ରତିଶତ ରହିଛି। ମୃତ୍ୟୁହାର ୧.୨୦%। ଆଉ ୧୬,୧୧୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ମୋଟ ୪,୩୩,୬୫,୮୯୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.