ବଲାଙ୍ଗୀର ମେଡ଼ିକାଲ୍‌ କଲେଜରେ କୋଭିଡ୍‌-୧୯ ପରୀକ୍ଷଣ ଆରମ୍ଭ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ରାଜ୍ୟରେ କୋଭିଡ୍‌-୧୯ ନମୁନା ପରୀକ୍ଷଣ ବୃଦ୍ଧି ପାଇଁ ଉଦ୍ୟମ ଜାରି ରହିଛି। ରାଜ୍ୟରେ ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍‌ପିଟାଲ୍‌ରେ କୋଭିଡ୍‌-୧୯ ପରୀକ୍ଷା ଆରମ୍ଭ ହୋଇଛି। ଫଳରେ ରାଜ୍ୟରେ ଆଗାମୀ ଦିନରେ କୋଭିଡ୍‌-୧୯ ପରୀକ୍ଷଣ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌ରେ କୋଭିଡ୍‌-୧୯ ପରୀକ୍ଷଣ ପାଇଁ ଭୁବନେଶ୍ବର ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡ଼ିକାଲ୍‌ ସାଇନ୍ସ (ଏମ୍ସ) ର ଅନୁମୋଦନ ମିଳିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.