ଲୋକେ ଛୁଇଁଲେନି, ଗାଁ ବାହାରେ ଦାହକଲେ ଶବ : ଜାତି ଲୋକ ଖାଦ୍ୟ ଥୋଇ ଦେଇ ଚାଳିଗଲେ

ତୁଷୁରା : ଗୁଡ଼ଭେଳା ବ୍ଳକ ଅର୍ନ୍ତଗତ ଜନୈକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଖରାପ ହେବା ନେଇ ବଲାଙ୍ଗିର ଡ଼ାକ୍ତରଖାନାରେ ଭର୍ତ୍ତି ହେଲା ପରେ ମୃତ, ଡ଼ାକ୍ତର କହିଲେ ଆଂଟୀଜେନ ଟେଷ୍ଟରେ ପଜିଟିଭ ହୋଇଛି କହି ସାଦା କାଗଜରେ ଦସ୍ତଖତ ନେଇ ଛାଡ଼ିଲେ ଶବ।

ସୂଚନାରୁ ପ୍ରକାଶ ଗୁଡ଼ଭେଲା ବ୍ଳକ ଦେଉଳଗୁଡ଼ି ପଂଚାୟତ ଅର୍ନ୍ତଗତ କୁରୈଭନା ଗ୍ରାମର ଉପରପଡ଼ାରେ ରହନ୍ତି ମୋହନ ଭୋଇ (୪୭)। ୪ ଦିନ ପୂର୍ବରୁ ଖେତକୁ ପହ୍ଳା ପିଟିବାକୁ ଯାଇ ଗୋଡ଼ ଫୁଲିବା ନେଇ ଘରକୁ ଫେରିଥିଲେ । ଏହାପରେ ତାର ଏକ ମାତ୍ର ପୁଅ ପୀତବାସ ଗୁଡ଼ଭେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଦେଖାଇବାରୁ ତାଙ୍କୁ ୪ ଦିନ ପାଇଁ ଇଂଜେକ୍ସନ ଦେଇଥିଲେ। ଇଂଜେକ୍ସନ ଦେବା ପରେ ମୋହନର ଗୋଡ଼ ଫୁଲା କମୁଥିଲା। ରବିବାର ରାତ୍ରୀ ପ୍ରାୟ ୧୦ଟାରେ ମୋହନ ହଠାତ୍ ଅସୁସ୍ଥ ଅନୁଭବ କରିବା ସହ ଅଣନିଶ୍ୱାସୀ ହେଉଥିବା କହିବାରୁ ତାଙ୍କ ପୁଅ ତାଙ୍କୁ ଏମ୍ବୁଲାନ୍ସରେ ବଲାଙ୍ଗିର ମୁଖ୍ୟ ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ଥିବା ଡ଼ାକ୍ତର ତାଙ୍କୁ ଶୀଘ୍ର କୋଭିଡ଼ ହସ୍ପଟାଲକୁ ନେଇଯିବାକୁ କହିଥିଲେ। ସେଠାରେ କାର୍ଯ୍ୟରତ ଅଧିକାରୀ ଶୀଘ୍ର ଆଂଟୀଜେନ କରିବା ପାଇଁ କହିଥିଲେ ଏବଂ ଟେଷ୍ଟ ସେମ୍ପଲ ନେଇଥିଲେ। ଏହାର କିଛି ସମୟ ପରେ ଆଂଟୀଜେନ କିଟ ଟେଷ୍ଟରେ ପଜିଟିଭ ଆସିଥିବା କହି ମରିଯାଇଥିବା କହିଥିଲେ। ଏହାପରେ ଉକ୍ତ କର୍ମଚାରୀମାନେ ଜିଲାପାଳ ଆସିବେ କହି ପ୍ରାୟ ୨ ଘଣ୍ଟାରୁ ଅଢ଼େଇ ଘଣ୍ଟା ସେଠାରେ ଶବ ରଖିଲେ। ଏହାପରେ କେହି ନଆସିବାରୁ ନେଇ ଯିବାକୁ କହି ଏକ ସାଦା କାଗଜରେ ଦସ୍ତଖତ ଦେବା ପାଇଁ କୁହାଯାଇଥିଲା। ଏ ନେଇ ମୋହନର ପୁୃଅ ଓ ଭାଇ ତାଙ୍କୁ କୌଣସି ଜ୍ୱର ,ଖାସ କିମ୍ବା ଅନ୍ୟ କୌଣସି କୋଭିଡ଼ ଜନିତ ଲକ୍ଷଣ ନଥିବାବେଳେ କେମିତି ପଜିଟିଭ ବାହାରିଲା ବୋଲି ପ୍ରଶ୍ନ କରିଲେ। ଏହା ସହିତ ସେମାନେ ଏହି କାଗଜରେ କିଛି ଲେଖା ହୋଇନି କାହିଁକି ଦସ୍ତଖତ ଦେବି ବୋଲି କହିବା ସହ ଉକ୍ତ ଅଧିକାରୀଙ୍କୁ କହିବାରୁ ଅଧିକାରୀ ତୁମେ ଦସ୍ତଖତ ଦେଲାପରେ ଆମେ ଯେଉଁ କାଗଜ ଦେବୁ ସେଥିରେ ତୁମେ ମୃତ୍ୟୁ ପ୍ରମାଣପତ୍ର ପାଇ ପାରିବ ବୋଲି କହିବା ସହ ଦସ୍ତଖତ ନଦେଲେ କାଗଜ ନଦେବା ପାଇଁ କହିବାରୁ ବାଧ୍ୟ ହୋଇ ଖାଲି ଧଳା କାଗଜରେ ଦସ୍ତଖତ ଦେଇଥିଲି ବୋଲିି ପୁଅ ପୀତବାସ ଅଭିଯୋଗ କରିଛନ୍ତି। କିଛି ସମୟ ପରେ ଶବ ଆଣିବା ପରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ତାଙ୍କ ବାପା ହୃଦଘାତ ଯୋଗୁଁ ମରିଯାଇଥିବା କହିବାରୁ ଯଦି ହୃଦଘାତ ହେଲା ତାହାହେଲେ କୋଭିଡ଼ ହସ୍ପିଟାଲକୁ କାହିଁକି ନିଆଗଲା । ମୁଖ୍ୟ ଡ଼ାକ୍ତରଖାନାରେ କାହିକି ରଖାଗଲା ନାହିଁ ପଚାରିବାରୁ କେହି ଉତର ଦେଇନଥିଲେ। ପରେ ନିଜଗାଁ କୁରୈଭନାକୁ ଶବ ଆଣିଥିଲେ।ଏହି ଖବର ତାଙ୍କ ଗାଁରେ ପ୍ରଚାର ହେବାରୁ ସେମାନେ ଭୟରେ ଶବକୁ ଗାଁକୁ ନନେଇ ଗାଁ ମୁଣ୍ଡରେ ଥିବା ଲକ୍ଷ୍ମିଯୋର ଠାରେ ଶବ ଦାହ କରିଥିଲେ। କରୋନାରେ ମରିଥିବା ପ୍ରଚାର ହୋଇଥିବାରୁ ଗାଁ ଲୋକେ କିମ୍ବା ଜାତି ଲୋକ ମଧ୍ୟ ଶବ ଦାହରେ ଉପସ୍ଥିତ ନହେବାରୁ ନିଜ ଘରର କିଛି ଲୋକଙ୍କ ସହୟତାରେ ଶବ ଦାହ କରିଥିଲେ । ଶବ ଦାହ କଲାପରେ ଜାତି ଲୋକ ଘରକୁ ଆସି ଖାଇବା ସାମଗ୍ରୀ ଆଣି ଥୋଇ ଦେଇ ଚାଳି ଯାଇଥିଲେ ବୋଲି ଦୁଃଖରେ କହନ୍ତି ପୀତବାସ।ଯେହେତୁ ଉକ୍ତ ଗ୍ରାମର ତଳି ପଡ଼ାର ଜଣେ କରୋନା ପଜିଟିଭ ବ୍ୟକ୍ତିଙ୍କୁ ବଲାଙ୍ଗିର କୋଭିଡ଼ ହସ୍ପିଟାଲକୁ ସେହି ଦିନ ହିଁ ନିଆଯାଇଛି। ଡ଼ାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ଲୋକଙ୍କ ମଧ୍ୟରେ ଏ ନେଇ ଖରାପ ଭାବନା ଆସିବାରୁ ଶବଦାହକୁ କେହି ନ ଆସିବା ସହ ଏକ ପ୍ରକାର ଏକ ଘରିକିଆ ହୋଇଯାଇଥିବା ପୀତବାସ ଅଭିଯୋଗ କରନ୍ତି। ତେଣୁ ଏହାର ସତ୍ୟାସତ୍ୟ ପ୍ରକାଶ କରି ଗାଁରେ ତାଙ୍କୁ ବଦନାମ ହେବାରୁ ରକ୍ଷା କରିବା ପାଇଁ ଜିଲାପାଳ ସହାୟତା କରନ୍ତୁ ବୋଲି ତାଙ୍କ ପରିବାର ଅନୁରୋଧ କରିଛନ୍ତି।

Comments are closed.