୬୭ଜଣ କୋଭିଡ କଟକଣା ଅମାନିଆଙ୍କୁ ୧୧୭୦୦ ଜୋରିମନା

ଆଠଗଡ :  ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର କୋଭିଡ କଟକଣା ବିଶେଷ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିବା ସହିତ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକେ ବହୁ ପରିମାଣରେ ଏଦିଗରେ ସଚେତନ ହୋଇଥିଲେ ମଧ୍ୟ ଏବେବି ବହୁ ଅମାନିଆ ମାସ୍କ ପରିଧାନ କରୁନାହାନ୍ତି ଅଥବା ସଠିକ ଭାବେ ପାଟି ଓ ନାକ ଘୋଡାଇ ପରିଧାନ କରୁନାହାନ୍ତି। ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଠଗଡ ପୁଲିସ ସହରର ବିଭିନ୍ନ ସ୍ଥାନରେ ନିୟମିତ ଯାଞ୍ଚ କରିବା ସହିତ ଅମାନିଆଙ୍କ ଠାରୁ ଜୋରିମନା ଆଦାୟ କରାଯାଉଛି। ଏହିକ୍ରମରେ ଆଇଆଇସି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଗତ ଶନିବାର ଠାରୁ ଆଜି ମଧ୍ୟରେ ଯାଞ୍ଚ କରି ମାସ୍କ ପିନ୍ଧୁନଥିବା କିମ୍ବା ସଠିକ ଭାବେ ପିନ୍ଧୁନଥିବା ୬୭ଜଣ ଅମାନିଆଙ୍କୁ ଠାରୁ ୧୧୭୦୦ଟଙ୍କା ଜୋରିମନା ଆଦାୟ କରିଥିବା ଜଣାପଡିଛି। ସବ୍ଇନିସ୍ପେକ୍ଟର ଶକୁନ୍ତଳା ଦାସ ପୁଲିନ୍ ପ୍ରଧାନ ଓ ଏଏସଆଇ ମାମି ଦେଇଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଏହି ଯାଞ୍ଚ ପ୍ରକିୟାରେ ଅଂଶଗ୍ରହଣ କରିଥିଲେ।

Comments are closed.