କୋଭିଡ୍-୧୯ ନିୟମ ଉଲଘଂନ : ୨୪ଘଣ୍ଟାରେ ୮ମାମଲା, ୨୪ ଗିରଫ

ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଘଂନ କରିଥିବା ଅଭିଯୋଗରେ ମଇ ୨୦ରୁ ମଇ ୨୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୮ଟି ମାମଲା ଦାୟର କରାଯାଇଛି। ଏହି ସମସ୍ତ ମାମଲା ଲକ୍ ଡାଉନ୍ ସଂପର୍କିତ ଅଟେ। ବିଭିନ୍ନ ଅଭିଯୋଗରେ ୨୪ ଜଣଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।