ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି କୋଭାକ୍ସିନ୍‌

ହାଇଦରାବାଦ : ଭାରତ ପ୍ରଥମ ସ୍ବଦେଶୀ କରୋନା ଟିକା କୋଭାକ୍ସିନକୁ ବଡ ସଫଳତା ମିଳିଛି। ଏହି ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ବେଶ୍‌ ପ୍ରଭାବଶାଳୀ ରହିଛି। ପ୍ରଥମ ପର୍ଯ୍ୟାୟ ୩୭୫ ସ୍ବେଚ୍ଛାସେବୀଙ୍କୁ ଏହି ଟିକା ଦିଆଯାଇଥିବା ବେଳେ ସମସ୍ତଙ୍କର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି। ଏହା ସହିତ କୌଣସି ସ୍ବେଚ୍ଛାସେବୀଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇ ନାହିଁ ବୋଲି ଭାରତ ବାୟୋଟେକ କହିଛି। ଟିକା ପରୀକ୍ଷା ସମ୍ପର୍କିତ ଗବେଷଣା ପତ୍ରରେ ଭାରତ ବାୟୋଟେକ ଉଲ୍ଲେଖ କରିଛି ଯେ ଟିକା ନେଇଥିବା ସ୍ବେଚ୍ଛାସେବୀଙ୍କ ଠାରେ ଯେଉଁ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥିଲା ତାହା ବହୁତ କମ୍ ଓ ଏହାକୁ ସହଜରେ ସମାଧାନ କରାଯାଇଥିଲା। ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ଏହି ଟିକାର କୋଡ ନାମ ବିବିଭି୧୫୨।

Comments are closed.